ବଦଳି ଗଲାଣି ଟ୍ରେଣ୍ଡ୍

ବଦଳି ଗଲାଣି ଟ୍ରେଣ୍ଡ୍
@ରିଡ଼ର୍ସ ୱାଣ୍ଟେଡ (୦୫/୦୫)- ବଦଳି ଗଲାଣି ଟ୍ରେଣ୍ଡ୍, ଗ୍ଳାମର ଆଗରେ ଫିକା ପଡୁଛି ଟ୍ୟାଲେଣ୍ଟ। ଦର୍ଶକ ୧୫ ବା ୭୫ ବର୍ଷର ହୁଅନ୍ତୁ ପଛେ, ପର୍ଦ୍ଦାରେ ଝଲସୁଥିବା ଫିମେଲ ଫିଗରରେ ମାଦକତା ଭରପୁର୍ ଥିବା ଆବଶ୍ୟକ। ତେବେ ଯାଇ ଶୁଣିବାକୁ ମିଳିବ କରତାଳି, ହୁଇସିଲ୍। ହିରୋଇନ ଛବିରେ ସବୁ ବଡ ବଡ ଥିବା ଦରକାର। ଯେତେ ଖୋଲାମେଲା ସେତେ କ୍ରେଜ୍‌। ଯେତେ ବୋଲ୍ଡ ସିନ୍ ସେତେ ଡିମାଣ୍ଡ। ମାନସିକ ସ୍ଥିତି ଏଭଳି ବର୍ଡର ଲାଇନ ଟପିଲାଣି, ପ୍ରେକ୍ଷାଳୟ ଚିତ୍ର ସକାଳ ଚା-ଖଟିରେ ରିଭର୍ସ ନହେଲା ଯାଏଁ କଥା ସରେନି। ଉଭୟ ବ୍ୟାଚଲର୍, ଅଧାଳିଆ ସିନେମା ଦେଖିବାରେ ଏତେ ଘେସରା ହୋଇଗଲେଣି ଯେ ବିକିନୀ ପିନ୍ଧା ପୁରୁଣା ସୁନ୍ଦରୀ ହିରୋଇନମାନେ ବି ଅଲୋଡା ହୋଇଗଲେଣି। ବଜାର ଚାହୁଁଛି ଯେଉଁମାନେ ଫୁଙ୍ଗୁଳା ମର୍ଡନ ଡ୍ୟାନ୍ସରେ ପାରଙ୍ଗମ ସେମାନଙ୍କୁ ନେଲେ ଚଳିବ। ଆଡଲ୍ଟ ସିନେମାରେ ସେକ୍ସ ଉପାଦାନଗୁଡିକୁ ଭିନ୍ନ ଭିନ୍ନ ଢଙ୍ଗରେ ପ୍ରଦର୍ଶିତ କରାଯାଉଛି, ସେଭଳି ସିକ୍ୟୁଏନ୍ସ କିଛି କିଛି ସମୟ ଅନ୍ତରାଳରେ ନିହାତି ଜରୁରୀ ହୋଇପଡିଛି। ସେଥିପାଇଁ ଦର୍ଶକ ଆବଶ୍ୟକତାକୁ ଗୁରୁତ୍ୱ ଦେଉଛନ୍ତି ନିର୍ଦ୍ଦେଶକ। ପ୍ରେକ୍ଷାଳୟ କିଭଳି ସିନ୍ ଚାହୁଁଛି, ତାକୁ ନେଇ ନିର୍ମାଣ ହେଉଛି ଚଳଚିତ୍ର। ସୁଟିଂ ଆରମ୍ଭରୁ କ୍ଳାଇମାକ୍ସ ପର୍ଯ୍ୟନ୍ତ ସେଥିପାଇଁ ଭଳିକି ଭଳି ଟ୍ରିଟମେଣ୍ଟ କରାଯାଉଛି। ହିରୋଇନ ରାଜି ହେଉନଥିଲେ ସିନେମା ଚଳାଇବା ଖାତିରରେ ଅଧିକ ମୁନାଫା ଦିଆଯାଉଛି। ପ୍ରତିବାଦ କଲେ ସୁଟିଂ ପୂର୍ବରୁ ବଡ ଅଫର ପ୍ରଲୋଭନ ସହ ନିଶାର ସାହାରା ନିଆଯାଉଛି। ହିରୋଇନ ମନରେ ଯୋଶ ବଢାଇ ଦିଆଯାଉଛି। ଦେହର ପ୍ରାଇଭେଟ ପାର୍ଟକୁ ଅନାବୃତ ରଖିବାକୁ ପରାମର୍ଶ ଦିଆଯାଉଛି। ଏସବୁର ଏକ ପାକ୍ଷିଆ ଚର୍ଚ୍ଚା ନିନ୍ଦନୀୟ, କାରଣ ଆଜିକାଲି ମହିଳା ଦର୍ଶକଙ୍କୁ ଛାଡି ସିନେମା ଓ ପ୍ରେକ୍ଷାଳୟ ବିଷୟରେ ଆଲୋଚନା ଅଧୂରା। ଯେହେତୁ ଘରେ ଟେଲିଭିଜନ୍ ପର୍ଦ୍ଦାରେ ପରିବାର ସମୁହ ପ୍ରତ୍ୟେକ ହଟ୍ ସିନ୍ ଗୁଡିକୁ ମିଳିମିଶି ଦେଖିବାରେ ଅଭ୍ୟସ୍ତ। ସେହି ଫର୍ମୁଲା ପ୍ରେକ୍ଷାଳୟରେ ଚଳିବା ସ୍ୱାଭାବିକ୍। ଚୁଲବୁଲ୍ ହିରୋଇନକୁ ଦେଖି ଟୋକା ଓ ବୁଢା ଯେମିତି ମତୁଆଲା ହେଉଛନ୍ତି, ମନପସନ୍ଦର ହିରୋଙ୍କ ଫୁଙ୍ଗୁଳା ସିକ୍ସ ପ୍ୟାକ୍ ପ୍ରତି ଝିଅମାନଙ୍କର ମଧ୍ୟ ଉତ୍ସୁକତା ରହିଛି। ପୂର୍ବାପେକ୍ଷା ପ୍ରେକ୍ଷାଳୟ ସିଟ୍ ମୂଲ୍ୟ ଯେମିତି ହୁ ହୁ ହୋଇ ବଢି ଚାଲିଛି ସେଭଳି ନିଆରା ଦର୍ଶକଙ୍କ ସଂଖ୍ୟା ମଧ୍ୟ ବଢି ବଢିଚାଲିଛି। ପ୍ରଡକସନ୍ ହାଉସ ଗୁଡିକ ଭିୱର୍ସ କ୍ରେଜ ପାଇଁ ନଗ୍ନତାକୁ ଅର୍ଥ ଉପାର୍ଜନର ବଳିଷ୍ଠ ମାଧ୍ୟମ ବନାଇଛନ୍ତି। ଏପରି ପାଗଳାମି ଯୋଗୁ ମାର୍କେଟକୁ ନୂଆମୁହଁ ଆସିବା ମାତ୍ରେ ୨/୪ଟି ସିନେମା ପରେ ହିରୋଇନ କେଉଁଆଡେ ଗାୟବ, ପର ମୁହୂର୍ତ୍ତରେ ସେମାନଙ୍କୁ କାଁଭାଁ ଦେଖିବାକୁ ମିଳୁଛି। ଫିଲ୍ମ ଲଭର କେବଳ ହଟ୍ ହିରୋଇନ ପ।ଇଁ ବ୍ୟାକୁଳ। ଏହି ଟ୍ରେଣ୍ଡ୍ ଗ୍ରହଣ କରିସାରିଛନ୍ତି। ସମୟ ଆସିଛି କେବଳ ଅଧିକରୁ ଅଧିକ ବୋଲଡ ଏବଂ ନ୍ୟୁଡିଟିର ମଜା ନେବାକୁ ଚାହିଁ ରହୁଛନ୍ତି ଦର୍ଶକ। 
"ରିଡ଼ର୍ସ ୱାଣ୍ଟେଡଏଣ୍ଟରଟେନମେଣ୍ଟ ପୋର୍ଟାଲରେ ପ୍ରକାଶିତ ଏହି ଖବରଟି ଭଲ ଲାଗିଲେ ପେଜ୍ ଲାଇକ୍ କରିବା ପରେ ନିଜ ସାଥୀଙ୍କ ସହ ସେୟାର କରନ୍ତୁ।
#www.readerwanted.fun
#twitter.com/@suvbharat_times
#linkedin.com/in/suvbharat-times
#facebook.com/suvbharattimes.web
#Like #Share #Subscribe

Comments