ଟାଇଟାନ୍ ଓ ଏନସାଲାଡସ୍

ଟାଇଟାନ୍ ଓ ଏନସାଲାଡସ୍
@ଆଦିତ୍ୟ ବିକ୍ରମ ପଟ୍ଟନାୟକ 
@ରିଡ଼ର୍ସ ୱାଣ୍ଟେଡ, ୧୦/୦୫-  କଶିନିରେ ଲାଗିଥିବା ୟୁରୋପିଆନ୍ ହାଇଗେନ୍ସକୁ ୨୫ ଡିସେମ୍ବର ୨୦୦୪ରେ କଶିନିରୁ ଛଡାଯାଇଥିଲା। ଏହାର ୧ ବର୍ଷ ୨୦ ମାସ ପରେ ଅର୍ଥାତ ୧୪ ଜାନୁଆରୀ ୨୦୦୫ରେ କଶିନିର ୟୁରୋପିଆନ୍ ହାଇଗେନ୍ସ ଟାଇଟାନ ସ୍ଥଳରେ ପହଞ୍ଚିଥିଲା। ବୈଜ୍ଞାନିକମାନେ ଚିନ୍ତାରେ ଥିଲେକି ଏହି ୟୁରୋପିଆନ୍ ହାଇଗେନ୍ସ ଟାଇଟାନ୍ କେଉଁ ସ୍ଥାନରେ ଅବତରଣ କରିବ। କାରଣ ସେମାନେ କେବେ ବି ଟାଇଟାନ ସ୍ଥଳକୁ ଦେଖିନଥିଲେ। ୟୁରୋପିଆନ୍ ହାଇଗେନ୍ସ ଟାଇଟାନର ଆଟମୋସଫିୟରରେ ପହଞ୍ଚିବା ବେଳକୁ ଜଣାପଡିଲା ଯେ ଟାଇଟାନ୍ ଆଟମୋସଫିୟରରେ ଅମ୍ଳଜାନ ନାହିଁ। ସେଠାରେ କେବଳ ନାଇଟ୍ରୋଜେନ୍ ଅଛି। ଟାଇଟାନ ର ଫଟୋ ଉତ୍ତୋଳନ ବେଳେ ସେଥିରେ କିଛ ଜଳ ଭଳି ପଦାର୍ଥ ଥିବା ଭଳି ବାରି ହେଉଥିଲା। କିନ୍ତୁ ହାଇଗେନ୍ସ ଦ୍ୱାରା ଛଡା ଯାଇଥିବା ସୂଚନା ମାଧ୍ୟମରେ ଜଣାପଡିଥିଲା ଯେ ସେସବୁଗୁଡିକ ଟାଇଟାନର ଥଣ୍ଡା ତାପମାତ୍ରା ଯୋଗୁଁ ଜମି ଯାଇଥିବା ଲୁଣା ସାଗର। ଯାହାର ତାପମାତ୍ରା ବଦଳାଇ ପାଣିରେ ପରିଣତ କରିବା ଅସମ୍ଭବ ଥିଲା। ବୈଜ୍ଞାନିକମାନେ ଭାବିଥିଲେ କି ହାଇଗେନ୍ସ କେବଳ ୩ ମିନିଟ ପାଇଁ ତଥ୍ୟ ଛାଡିପାରିବ। କିନ୍ତୁ ଈଶ୍ୱରଙ୍କ ଦୟାରୁ ୭୪ ମିନିଟ ପର୍ଯ୍ୟନ୍ତ ସେଥିରୁ ତଥ୍ୟ ଆସୁଥିଲା। ତା'ପରେ କଶିନି ଷଷ୍ଠ ବୃହାତାକାର ଚନ୍ଦ୍ର ଅର୍ଥାତ ଏନସାଲାଡସ୍ ପାଖକୁ ଯାଇଥିଲା। କଶିନି ସୂଚନା ଦେଲା ଯେ ଏନସାଲାଡସର ସାଉଥ୍ ପୋଲ୍ ରୁ କିଛି ଆଲୋକ ବାହାରୁଥିଲା। ତାହା ଉପରେ ଆହୁରି ଅଧିକ ଗବେଷଣା କରିବାରୁ ଜଣାପଡିଥିଲା ଯେ ସେଗୁଡିକ ଜଳ, ଯାହା ଗ୍ୟାସ ରୂପରେ ବାହାରୁଛି। ସେଥିପାଇଁ ତାହା ନାମ ଆକ୍ଟିଭ୍ ଜେଟ୍ସ ଦିଆଗଲା। ଏଥିରୁ ଜଣାପଡିଲା ଯେ ଏନସାଲାଡସରେ ଜଳ ବରଫ ଆକାରରେ ଥିଲେ ବି ଟାଇଟାନର ଜଳ ପରି ଲୁଣିଆ ନଥିଲା ଓ ଏନସାଲାଡସ୍ ତାପମାତ୍ରା ବଦଳାଇ ତାହାକୁ ଜଳ କରିହେବ। ହେଲେ ଏନସାଲାଡସ୍ ହିଁ ସମ୍ପୁର୍ଣ୍ଣ ବରଫାବୃତ ଥିଲା। ଯଦି ବୈଜ୍ଞାନିକମାନେ ତାହାର ତାପମାତ୍ରା ବଦଳାଇ ସଲିଡ୍ ଫର୍ମ ଜଳକୁ ଲିକ୍ୟୁଇଡ୍ ଫର୍ମରେ ବଦଳାଇବେ ତାହାଲେ ଏନସାଲାଡସ୍ ସମ୍ପୁର୍ଣ୍ଣ ଜଳମଗ୍ନ ହୋଇଯିବ। ତେଣୁ ଏଠାରେ ବି ଜୀବନଯାପନ ସମ୍ଭବ ନୁହେଁ। 
"ରିଡ଼ର୍ସ ୱାଣ୍ଟେଡ" ଏଣ୍ଟରଟେନମେଣ୍ଟ ପୋର୍ଟାଲରେ ପ୍ରକାଶିତ ଏହି ଖବରଟି ଭଲ ଲାଗିଲେ ପେଜ୍ ଲାଇକ୍ କରିବା ପରେ ନିଜ ସାଥୀଙ୍କ ସହ ସେୟାର କରନ୍ତୁ।
ଛାତ୍ର, ବି.ଜେ.ଇ.ଏମ୍ ସ୍କୁଲ୍-୨, ଭୁବନେଶ୍ୱର
#www.readerwanted.fun
#twitter.com/@suvbharat_times
#linkedin.com/in/suvbharat-times
#Facebook.com/suvbharattimes.web
#Like #Share #Subscribe

Comments