@ରିଡ଼ର୍ସ ୱାଣ୍ଟେଡ, ୦୬/୦୫- ବିଗତ ୪ ବର୍ଷ ମଧ୍ୟରେ ବିଶ୍ୱରେ ଯେତେ ସଂଖ୍ୟକ ଲୋକ ଆତ୍ମହତ୍ୟା କରିଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ନିମ୍ନ ଓ ମଧ୍ୟବିତ୍ତ ବର୍ଗର ଭାରତୀୟ ନାଗରିକ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ରିପୋର୍ଟ ପ୍ରକାଶ କରିଛି। 'ଡିପ୍ରେଶନ ଆଣ୍ଡ ଅଦର କମନ ମେଣ୍ଟାଲ ଡିସଅର୍ଡ଼ସ-ଗ୍ଲୋବାଲ ହେଲଥ୍ ଏଷ୍ଟିମେଟ୍ସ' ଶୀର୍ଷକ ରିପୋର୍ଟରେ କୁହାଯାଇଛି ଯେ ୩କୋଟିରୁ ଅଧିକ ଉଦବେଗଜନକ ସମସ୍ୟାରେ ପୀଡ଼ିତ ଅଛନ୍ତି। ବିଶ୍ୱରେ ଆତ୍ମହତ୍ୟା ସଂଖ୍ୟାର ଦୁଇ ତୃତୀୟାଂଶ ଭାରତ ଭଳି ନିମ୍ନ ଓ ମଧ୍ୟବିତ୍ତ ବହୁଳ ଦେଶ ଗୁଡ଼ିକରେ ଘଟୁଛି। ଜ୍ଞାନବିଜ୍ଞାନର ପ୍ରଗତି ସତ୍ୱେ ପାଞ୍ଚ କୋଟିରୁ ଅଧିକ ଭାରତୀୟ ମାନସିକ ଚାପ ବଶବର୍ତ୍ତୀ। ଚୀନ୍ ଓ ଭାରତ ହେଉଛନ୍ତି ପୃଥିବୀର ଦୁଇଟି ବୃହତ ମହାଶକ୍ତି। ଆର୍ଥିକ, ସାମରିକ, କୂଟନୈତିକ ଓ ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ ପ୍ରତିଷ୍ଠିତ ଏହି ଦୁଇ ମହାଦେଶର ନାଗରିକଙ୍କ ସ୍ୱାସ୍ଥ୍ୟବସ୍ଥା କ୍ଷେତ୍ରରେ କମନ୍ ଡିଜିଜ୍ ହେଉଛି ମାନସିକ ଚାପ। ପୂର୍ବ ପ୍ରସ୍ତୁତ ରେକର୍ଡ଼ ଭିତ୍ତିରେ ଭାରତରେ ମାନସିକ ଚାପର ଶିକାର ହୋଇଥିବା ଲୋକଙ୍କ ସଂଖ୍ୟା ୫,୬୬,୭୫,୯୬୯ ଜଣ। ଯାହାକି ସମୁଦାୟ ଲୋକସଂଖ୍ୟାର ୪.୫ ପ୍ରତିଶତ। ତା’ସହିତ ଉଦବେଗଜନିତ ସମସ୍ୟାରେ ପୀଡ଼ିତ ଲୋକଙ୍କ ସଂଖ୍ୟା ୩,୮୪,୨୫୦,୯୩, ଯାହାକି ୨୦୧୫ ଲୋକସଂଖ୍ୟାର ୩ ପ୍ରତିଶତ। ଉକ୍ତ ରିପୋର୍ଟ ଆହୁରି ଦର୍ଶାଇଛି ଯେ, ୨୦୧୫ରେ ପାଖପାଖି ୭,୮୮,୦୦୦ ଲୋକ ଆତ୍ମହତ୍ୟା କରାଣରୁ ମୃତ୍ୟୁବରଣ କରିଥିବାବେଳେ ତା’ଠାରୁ ଅଧିକ ସଂଖ୍ୟକ ନାଗରିକ ଆତ୍ମହତ୍ୟା ଉଦ୍ୟମ କରି ସଫଳ ହୋଇନଥିଲେ। ଜୀବନର ପ୍ରତି କ୍ଷେତ୍ରରେ ମନୁଷ୍ୟ ଚାପ ବଶବର୍ତ୍ତୀ ହେବା ସ୍ୱାଭାବିକ। କିନ୍ତୁ ଚାପ ଅତିକ୍ରମ କରି କିଭଳି ନିଜ ମାନସିକ କ୍ଷେତ୍ରକୁ ସଶକ୍ତ ଓ ଅନ୍ୟମାନଙ୍କ ପାଇଁ ଅନୁପ୍ରେରିତ କରିବାର ସାମର୍ଥ୍ୟ ରଖିହେବ ଏହା ମନୁଷ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
"ରିଡ଼ର୍ସ ୱାଣ୍ଟେଡ" ଏଣ୍ଟରଟେନମେଣ୍ଟ ପୋର୍ଟାଲରେ ପ୍ରକାଶିତ ଏହି ଖବରଟି ଭଲ ଲାଗିଲେ ପେଜ୍ ଲାଇକ୍ କରିବା ପରେ ନିଜ ସାଥୀଙ୍କ ସହ ସେୟାର କରନ୍ତୁ।
#www.readerwanted.fun
#twitter.com/@suvbharat_times
#linkedin.com/in/suvbharat-times
#facebook.com/suvbharattimes.web
#Like #Share #Subscribe
Comments
Post a Comment