ସଡ଼କ ପାର୍ଶ୍ଵରେ ରହୁଥିବା ୮% ରୁ ଅଧିକ ବ୍ୟକ୍ତି ମସ୍ତିସ୍କ ରୋଗର ଶିକାର ହେଉଛନ୍ତି

 
ସଡ଼କ ପାର୍ଶ୍ଵରେ ରହୁଥିବା ୮% ରୁ ଅଧିକ ବ୍ୟକ୍ତି ମସ୍ତିସ୍କ ରୋଗର ଶିକାର ହେଉଛନ୍ତି 
@ରିଡ଼ର୍ସ ୱାଣ୍ଟେଡ, ୦୬/୦୫- ସଡ଼କ ପାର୍ଶ୍ଵରେ ରହୁଥିବା ୮% ରୁ ଅଧିକ ବ୍ୟକ୍ତି ମସ୍ତିସ୍କ ରୋଗର ଶିକାର ହେଉଛନ୍ତି, ଏହାକୁ ପ୍ରମାଣ କରିଛନ୍ତି କାନାଡିଆନ୍ ବୈଜ୍ଞାନିକ। ସେମାନଙ୍କ ମତରେ ମାତ୍ରାଧିକ ଯାନବାହନ ଗଡୁଥିବା ରାସ୍ତା କଡରେ ରହୁଥିବା ଲୋକଙ୍କ ମାନସିକ ବିକୃତି ଘଟିବା ସହ ସ୍ମୃତିଭ୍ରମ ଭଳି ଶାରୀରିକ ବିକାର ଦେଖାଦେଉଛି। କାନାଡ଼ାର ଓଣ୍ଟାରିଓ ସହରରେ ଦଶ ବର୍ଷରୁ ଅଧିକ କାଳ ଧରି ଅଧ୍ୟୟନରତ ଏକ ରିସର୍ଚ୍ଚ ଗୃପ୍ ଅନ୍ୟୁନ କୋଡିଏ ଲକ୍ଷରୁ ଉର୍ଦ୍ଧ ଲୋକଙ୍କ ଜୀବନଶୈଳୀ ଉପରେ ଅନୁଧ୍ୟାନ କରି ଦେଇଥିବା ରିପୋର୍ଟରେ ଦର୍ଶାଇଛି ଯେ ବର୍ଷ ବର୍ଷ ଧରି ସଡ଼କ ପାର୍ଶ୍ଵରେ ବସବାସ କରୁଥିବା ଲୋକମାନେ ଯେତିକି ପରିମାଣର ଶବ୍ଦ ପ୍ରଦୂଷଣର ଶିକାର ହୁଅନ୍ତି ଏହା ତାଙ୍କ ମାନସିକତାକୁ ଗଭୀର ଭାବେ ପ୍ରଭାବିତ କରିଥାଏ। ସଡକ ଠାରୁ ଶହେ ମିଟର ଦୂରତାରେ ରହୁଥିବା ଲୋକଙ୍କ ମଧ୍ୟରୁ ଶତକଡା ୪ ପ୍ରତିଶତ ଲୋକେ ମାନସିକ ରୋଗରେ ସଂକ୍ରମିତ ହେଉଥିବାବେଳେ ସଡକକୁ ଲାଗି ରହୁଥିବା ଶତକଡା ୮ ପ୍ରତିଶତରୁ ଅଧିକ ଲୋକେ ସଂକ୍ରମିତ ହେଉଛନ୍ତି। ମାତ୍ରାଧିକ ଯାନବାହାନ ଚଳାଚଳ ଯୋଗୁ ଉତ୍କଟ ଶବ୍ଦ ପ୍ରଦୁଷଣ ଓ ପ୍ରେଟୋଲ, ଡିଜେଲ ଇନ୍ଧନର ବିଷାକ୍ତ ଧୁଆଁ ଯଥା ନାଇଟ୍ରୋଜେନ ଅକ୍ସାଇଡ଼, ସୂକ୍ଷ୍ମ ବିପଜ୍ଜନକ ଓ କ୍ଷତିକାରକ ଆଖିକୁ ଦିଶୁନଥିବା କଣିକା ଗୁଡ଼ିକ ସେମାନଙ୍କ ଶ୍ୱାସପ୍ରଶ୍ୱାସ କ୍ରିୟାକୁ ଗୁରୁତର ଭାବେ ପ୍ରଭାବିତ କରୁଛି। ଏହା କେବଳ ଶ୍ୱାସପ୍ରଶ୍ୱାସ କ୍ରିୟା ନୁହେଁ ମସ୍ତିଷ୍କର ସ୍ୱଭାବିକ ପ୍ରକ୍ରିୟାକୁ କ୍ରମଶଃ ପ୍ରଭାବିତ କରି ଏକ ପ୍ରକାର ଶୀଥିଳ କରିବାରେ ଲାଗିଛି। ଯଦ୍ୱାରା ମନୁଷ୍ୟର ମାନସିକ ଅବସାଦ, ବିକୃତି, ଡିମେନ୍ସିଆ ଏହାର କାରଣ ପାଲଟିଥାନ୍ତି। ମନସ୍ତାତ୍ୱିକ ଦୃଷ୍ଟିକୋଣରୁ ଲୋକମାନଙ୍କୁ ଯଥାର୍ଥ ସଚେତନ କରାଯିବା ଆବଶ୍ୟକ। ବର୍ଷ ବର୍ଷ ଧରି ଏହି ପ୍ରାଥମିକ ଅବସ୍ଥାର ବିକୃତି ପରେ ଯେଉଁ ମାନସିକ ରୋଗର ଭୟାନକ ରୂପ ଦେଖାଇଥାଏ ତାହା ଅତ୍ୟନ୍ତ ଦୁଃଖଦାୟକ। ଏନେଇ ସଜାଗ ରହିବା ଜରୁରୀ ବୋଲି ବିଶ୍ଳେଷକ ପରାମର୍ଶ ଦେଇଛନ୍ତି। 
"ରିଡ଼ର୍ସ ୱାଣ୍ଟେଡଏଣ୍ଟରଟେନମେଣ୍ଟ ପୋର୍ଟାଲରେ ପ୍ରକାଶିତ ଏହି ଖବରଟି ଭଲ ଲାଗିଲେ ପେଜ୍ ଲାଇକ୍ କରିବା ପରେ ନିଜ ସାଥୀଙ୍କ ସହ ସେୟାର କରନ୍ତୁ।
#www.readerwanted.fun
#twitter.com/@suvbharat_times
#linkedin.com/in/suvbharat-times
#facebook.com/suvbharattimes.web
#Like #Share #Subscribe

Comments