ଆଲବର୍ଟ ଆଇନଷ୍ଟାଇନ୍ ଓ ନକଲି ଗେଷ୍ଟ୍

ଆଲବର୍ଟ ଆଇନଷ୍ଟାଇନ୍ ଓ ନକଲି ଗେଷ୍ଟ୍  
@ଶ୍ରୀଜାଶ୍ରୀ ତ୍ରିପାଠୀ 
@ରିଡ଼ର୍ସ ୱାଣ୍ଟେଡ, ୦୮/୦୫- ଏହି ପୃଥିବୀରେ ବହୁ ବିଖ୍ୟାତ ବୈଜ୍ଞାନିକ ଅଛନ୍ତି। ସେମାନଙ୍କ ଜୀବନକାଳ ମଧ୍ୟରେ ବେଳେ ବେଳେ ହାସ୍ୟରସାତ୍ମକ ମୁହୁର୍ତ୍ତ ଆସିଯାଇଥାଏ। ଯାହା ଆମ୍ଭମାନଙ୍କୁ ବହୁ ଆନନ୍ଦ ଦିଏ। ସେହିଭଳି ଏକ ଘଟଣା ଘଟିଥିଲା ବିଶ୍ୱବିଖ୍ୟାତ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନଙ୍କ ଜୀବନରେ। ଏକଦା ଆଇନଷ୍ଟାଇନଙ୍କୁ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରୁ ନିମନ୍ତ୍ରଣ କରାଗଲା। ପଦାର୍ଥ ବିଜ୍ଞାନ ବିଭାଗର ସମସ୍ତ ପ୍ରଫେସର ଅତି ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ। ସେମାନେ କେବେ ଆଇନଷ୍ଟାଇନଙ୍କୁ ଦେଖିନଥାନ୍ତି। କିନ୍ତୁ ତାଙ୍କ ବିଷୟରେ ବହୁତ କଥା ଜାଣିଥିଲେ। ସେହି ସମୟରେ ଆଇନଷ୍ଟାଇନଙ୍କର 'ଥିଓରିଅଫ୍ ରିଲେଟିଭିଟି' ତଥ୍ୟଟି ନୂଆ କରି ବିଭିନ୍ନ ସାଇନ୍ସ ମାଗାଜିନରେ ପ୍ରକାଶ ପାଇଥାଏ। ଆଇନଷ୍ଟାଇନ୍ ତାଙ୍କ ଡ୍ରାଇଭର ସହ କାରରେ ଯାତ୍ରା କରୁଥାନ୍ତି ୟୁନିଭରସିଟି ଅଭିମୁଖେ। ରାସ୍ତାରେ ଆଇନଷ୍ଟାଇନ୍ ତାଙ୍କ ବନ୍ଧୁ ଡ୍ରାଇଭରକୁ କହିଥିଲେ, 'ବନ୍ଧୁ ମୁଁ ଆଜି ବହୁତ ଥକି ଯାଇଛି। ଏମିତି କେତେଦିନ ହେଲା ଟ୍ରାଭେଲ କରି କରି ମୁଁ ଅତ୍ୟନ୍ତ ଦୁର୍ବଳ ମନେକରୁଛି '। ଡ୍ରାଇଭର ଆଇନଷ୍ଟାଇନଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ହଠାତ୍ କହିଲେ, 'ସାର୍ କ୍ୟାନ୍ ଆଇ ହେଲ୍ପ ୟୁ' ? ଆଇନଷ୍ଟାଇନ୍ କହିଲେ,'ତମେ କ'ଣ ଏହି ଥିଓରିଅଫ୍ ରିଲେଟିଭିଟି ଉପରେ ପ୍ରଫେସରମାନଙ୍କୁ ବୁଝାଇ ପାରିବ'। ଡ୍ରାଇଭର କହିଲେ 'ସାର୍, ମୁଁ ଆପଣଙ୍କ ସାଥିରେ ଏତେ ବର୍ଷ ବୁଲିବା ଭିତରେ ବହୁତ କଥା ଶିଖିଛି, ମୁଁ ନିଶ୍ଚିତ ଭାବରେ ଭାଷଣ ଦେଇପାରିବି। ଏକଥାରେ ଆଇନଷ୍ଟାଇନ୍ ରାଜି ହୋଇଗଲେ। ଠିକ୍ ୟୁନିଭର୍ସିଟିର କିଛି ଦୂରରୁ ଡ୍ରାଇଭର ସ୍ଥାନରେ ଆଇନଷ୍ଟାଇନ୍ ବସି ଗାଡି ଚାଳନା କଲେ ଓ ଡ୍ରାଇଭର୍ ବନ୍ଧୁ ଗେଷ୍ଟ୍ ଆଇନଷ୍ଟାଇନଙ୍କ ଯାଗାରେ ବସିଗଲେ। ଯେମିତି ୟୁନିଭର୍ସିଟି ପହଁଚିଛି ଅପେକ୍ଷାରତ ସମସ୍ତ ପ୍ରଫେସର୍ ନକଲି ଗେଷ୍ଟଙ୍କୁ ଫୁଲମାଳ ଦେଇ ଆସନ ଅଳଙ୍କୃତ କରାଇଲେ ଏବଂ ଭାଷଣ ଆରମ୍ଭ ହୋଇଗଲା। ନକଲି ଗେଷ୍ଟଙ୍କ ଉତ୍ତରରେ ପ୍ରଫେସରମାନେ ସନ୍ତୋଷ ଲାଭ କଲେ। ଶେଷରେ ଆରମ୍ଭ ହେଲା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ। ପ୍ରଫେସରମାନେ ପ୍ରଶ୍ନ ପଚାରିଲେ। ଡ୍ରାଇଭର ସେହି ମୁହୂର୍ତ୍ତରେ ମନ ଭିତରେ ନିଜର ଅସମର୍ଥତା ଉପଲବ୍ଧି କରି କହିଲେ ଏଭଳି ସହଜ ପ୍ରଶ୍ନର ଉତ୍ତର ମୋ' ଡ୍ରାଇଭର ଦେଇଦେବେ। ଏହା କହିବା ସହ ସେ ଆଇନଷ୍ଟାଇନଙ୍କୁ ଇଙ୍ଗିତ କରି ମାଇକ୍ରୋଫୋନଟି ତାଙ୍କୁ ଦେଇଦେଲେ। ସେତେବେଳେ ପଦାର୍ଥ ବିଜ୍ଞାନରେ ନିଜକୁ ବଡ ମନେ କରୁଥିବା ଅନେକ ପ୍ରଫେସର ଲଜ୍ଜାରେ ମୁଣ୍ଡ ନୁଆଁଇ ଦେଇଥିଲେ। ଶେଷରେ ଛଦ୍ମବେଶୀ ଆଇନଷ୍ଟାଇନ ପ୍ରଫେସରମାନେ ପଚାରୁଥିବା ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଅତି ସୁନ୍ଦର ଭାବେ ଦେଇ ଚାଲିଥିଲେ। ବିଶ୍ୱବିଖ୍ୟାତ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ ସେହି ମୁହୁର୍ତ୍ତରେ ଡ୍ରାଇଭର ପରିଚୟରେ ସଭାର ଆତିଥ୍ୟ ଗ୍ରହଣ କରିଥିଲେ ମଧ୍ୟ ଅନ୍ୟମାନଙ୍କ ନିକଟରେ ନିଜର ପ୍ରକୃତ ପରିଚୟ ଗୋପନ ରଖି ଖୁସିରେ ଫେରି ଆସିଥିଲେ। ଛାତ୍ରୀ, ବି.ଜେ.ଇ.ଏମ୍ ସ୍କୁଲ୍-୨, ସତ୍ୟଭାମାପୁର, ଭୁବନେଶ୍ୱର
"ରିଡ଼ର୍ସ ୱାଣ୍ଟେଡଏଣ୍ଟରଟେନମେଣ୍ଟ ପୋର୍ଟାଲରେ ପ୍ରକାଶିତ ଏହି ଖବରଟି ଭଲ ଲାଗିଲେ ପେଜ୍ ଲାଇକ୍ କରିବା ପରେ ନିଜ ସାଥୀଙ୍କ ସହ ସେୟାର କରନ୍ତୁ।
#www.readerwanted.fun
#twitter.com/@suvbharat_times
#linkedin.com/in/suvbharat-times
#facebook.com/suvbharattimes.web
#Like #Share #Subscribe

Comments