ମାରାତ୍ମକ ରୋଗ ଲ୍ୟୁପ୍ସ : ସଂକ୍ରମିତଙ୍କ ଦେହର ଅଙ୍ଗ ଫୁଲିଯାଏ ଓ ନଷ୍ଟ ହୋଇଯାଏ

ମାରାତ୍ମକ ରୋଗ ଲ୍ୟୁପ୍ସ : ସଂକ୍ରମିତଙ୍କ ଦେହର ଅଙ୍ଗ ଫୁଲିଯାଏ ଓ ନଷ୍ଟ ହୋଇଯାଏ
ରିଡ଼ର୍ସ ୱାଣ୍ଟେଡ, ୦୮/୦୫- ଲ୍ୟୁପ୍ସ ରୋଗରେ ଆକ୍ରାନ୍ତ ରୋଗୀଙ୍କ ଶରୀରର ଅଙ୍ଗ ଫୁଲିଯାଏ, ଯନ୍ତ୍ରଣା ହୁଏ ଏବଂ ରୋଗର ପ୍ରଭାବ ଅଙ୍ଗକୁ ନଷ୍ଟ କରିଦିଏ। ଏହା କୌଣସି ସଂକ୍ରମଣ ରୋଗ ନୁହେଁ କି କ୍ୟାନସର କିମ୍ବା ଏଡ଼ସ୍ ସହ ଏହାର ସମ୍ପର୍କ ନଥାଏ। ହେଲେ ରୋଗ ଆରମ୍ଭ ମାତ୍ରେ କେତେକ ରୋଗୀଙ୍କ ଶରୀରର ଟିସୁ ଗୁଡ଼ିକୁ ନଷ୍ଟ କରିବା ଆରମ୍ଭ କରିଦିଏ। ଏଥିରେ ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗର ସୁସ୍ଥ କୋଷଗୁଡ଼ିକ ମଧ୍ୟ କ୍ଷତିଗ୍ରସ୍ତ ହୁଏ। ଏହାକୁ ସିଷ୍ଟମିକ ଲ୍ୟୁପ୍ସ ଏରିଥିମାଟୋସ ମଧ୍ୟ କୁହାଯାଏ। ଲାଟିନ୍ ଭାଷାରେ ଲ୍ୟୁପ୍'ର ଅର୍ଥ ହେଟାବାଘ ବା ଗଧିଆ, ଯେଉଁଥିରୁ ଏହି ରୋଗକୁ ନାମିତ କରାଯାଇଛି। ଲ୍ୟୁପ୍ସ ତା'ର ପ୍ରଭାବରେ ଶରୀରର ଯେକୌଣସି ଅଂଶକୁ ସଂକ୍ରମିତ କରିପାରେ। ରୋଗର ଲକ୍ଷଣ ପ୍ରକାଶ ପାଇବା ପରେ ୬ ସପ୍ତାହରୁ ବର୍ଷେ ଯାଏ ରହେ। ଯେତେବେଳେ ରୋଗୀ ସୁଖଦ ଅନୁଭବ କରେ ସେତେବେଳେ ଲକ୍ଷଣରେ କିଛି ଉନ୍ନତି ପରିଲକ୍ଷିତ ହୁଏ ଏବଂ ବ୍ୟକ୍ତି ଦୁର୍ବଳ ଅନୁଭବ କରିବାବେଳେ ଅବସ୍ଥା ବିଗିଡ଼ିଯାଏ। ଏମିତି କାହିଁକି ହେଉଛି ତାହାର କୌଣସି ନିର୍ଣ୍ଣାୟକ ରିପୋର୍ଟ ଏଯାବତ୍ ବାହାରି ନାହିଁ। ଯିଏ ଏହି ରୋଗରେ ପୀଡ଼ିତ ସେମାନଙ୍କ ପରିବାର ସଦସ୍ୟ ସଂକ୍ରମଣର ଶିକାର ହେବା ଆଶଙ୍କା ରହିଛି। ପରିବେଶଗତ ତତ୍ୱ ଭୂତାଣୁ, ରାସାୟନିକ ସଂକ୍ରମଣ, ଅତିବାଇଗଣି ରଶ୍ମୀ ଓ ବିଷାଦ ଏବଂ ଫିମେଲ ହର୍ମୋନକୁ ଏହି ରୋଗ ଲାଗି ଦାୟୀ କରାଯାଇପାରେ। ତଥ୍ୟରୁ କହୁଛି ପରିବେଶଗତ ତତ୍ୱ ଯୋଗୁଁ ଏହା ବେଶୀ ବଢ଼ୁଛି। ଦେଖାଯାଉଛି ପ୍ରତି ୧୦ଜଣ ପୀଡ଼ିତଙ୍କ ମଧ୍ୟରୁ ୯ଜଣ ମହିଳା। ମହିଳାମାନେ ସେମାନଙ୍କ ପ୍ରଜନନକ୍ଷମ ବୟସ ୧୭-୫୦ ବର୍ଷ ମଧ୍ୟରେ ଲ୍ୟୁପ୍ସରେ ପୀଡ଼ିତ ହେବା ଲକ୍ଷ୍ୟ କରାଯାଉଛି। ଏଷ୍ଟ୍ରୋଜେନ ଓ ଲ୍ୟୁପ୍ସ ମଧ୍ୟରେ ସମ୍ପର୍କ ରହିଥିବାରୁ ଋତୁସ୍ରାବ ପୂର୍ବରୁ ଏହାର ଲକ୍ଷଣ ଦେଖାଯାଏ, କାରଣ ଏହି ସମୟରେ ଏଷ୍ଟ୍ରୋଜେନ ସ୍ତର ବେଶୀ ରହିଥାଏ। ମହିଳାଙ୍କ ଅପେକ୍ଷା କମ୍ ସଂଖ୍ୟକ ପୁରୁଷ ଲ୍ୟୁପ୍ସ ରୋଗରେ ଆକ୍ରାନ୍ତ ହୁଅନ୍ତି। କିନ୍ତୁ ବଂଶଗତ କାରଣରୁ ମହିଳାଙ୍କ ଅପେକ୍ଷା ପୁରୁଷଙ୍କୁ ଏହି ରୋଗ ହେବାର ଆଶଙ୍କା ବେଶୀ। ଭାରତରେ ଲ୍ୟୁପ୍ସ ରୋଗର  ପ୍ରଭାବ ପୁରା କମ୍। କାରଣ ଏହାକୁ ଠିକ୍ ଭାବେ ଅନୁଧ୍ୟାନ କରାଯାଏନାହିଁ। ଫାଇବ୍ରୋମାୟାଲଜିଆ, ଡିପ୍ରେସନ, ମେଲାଜମା, ର୍ୟୁମାଟଏଡ଼ ଆର୍ଥ୍ରାଇଟିସ୍, ହାଇପୋଥାଇରଏଡିଜିମ୍, ସିରୋସିସ୍ ଏବଂ ଏକଜିମା, ବ୍ୟାକ୍ଟେରିଆ ଓ ଭୂତାଣୁ ଜନିତ ସଂକ୍ରମଣ ଏବଂ ମଲ୍ଟିପୁଲ୍ ସ୍ଲେରୋସିସର ଲକ୍ଷଣ ସହ ଏହାର ଲକ୍ଷଣ ମେଳ ଖାଏ। ଲ୍ୟୁପ୍ସ ଶରୀରର ଯେ କୌଣସି ଅଙ୍ଗକୁ ପ୍ରଭାବିତ କରିପାରେ। ଚର୍ମ, କିଡ଼ନୀ, ଗଣ୍ଠି, ରକ୍ତବାହିନୀ, ହାର୍ଟ ଓ ବ୍ରେନ ଏହାଦ୍ୱାରା ବେଶୀ ପ୍ରଭାବିତ ହୋଇଥାଏ। 
"ରିଡ଼ର୍ସ ୱାଣ୍ଟେଡଏଣ୍ଟରଟେନମେଣ୍ଟ ପୋର୍ଟାଲରେ ପ୍ରକାଶିତ ଏହି ଖବରଟି ଭଲ ଲାଗିଲେ ପେଜ୍ ଲାଇକ୍ କରିବା ପରେ ନିଜ ସାଥୀଙ୍କ ସହ ସେୟାର କରନ୍ତୁ।
#www.readerwanted.fun
#twitter.com/@suvbharat_times
#linkedin.com/in/suvbharat-times
#facebook.com/suvbharattimes.web
#Like #Share #Subscribe

Comments