ପ୍ରେମାନ୍ଧ ପ୍ରେମିକଙ୍କୁ ଲଭ୍ ଫୋବିୟା

ପ୍ରେମାନ୍ଧ ପ୍ରେମିକଙ୍କୁ ଲଭ୍ ଫୋବିୟା
@ରିଡ଼ର୍ସ ୱାଣ୍ଟେଡ, ୦୯/୦୫- ପ୍ରେମାନ୍ଧ ଅବସ୍ଥାରେ ଜଣେ ପ୍ରେମିକ ଅଜାଣତରେ ବିଭିନ୍ନ ଫୋବିୟା ଦ୍ୱାରା ଯେ ଶିକାର ହୋଇସାରିଛି, ଏହା ଅନେକଙ୍କୁ ଅଜଣା। ଯେକେହି ବ୍ୟକ୍ତି ପ୍ରେମରେ ସୁସ୍ଥ ଅନୁଭବ କରନ୍ତି। ପ୍ରେମାନ୍ଧ ଅବସ୍ଥାରେ ସେ ବାସ୍ତବିକ ଜୀବନ ଠାରୁ ଅନେକ ଦୂରେଇ ଗଲେଣି, ଏ ବିଷୟରେ ସେ ସଚେତନ ନଥାନ୍ତି। ଏହାକୁ କୁହାଯାଏ ଲଭ୍ ଫୋବିୟା। ଏନେଇ ସଠିକ୍ ତଥ୍ୟ ନଜାଣିଲେ ଏଭଳି ସ୍ଥିତି ପ୍ରେମ ଜୀବନକୁ ନଷ୍ଟ କରିଦେଇପାରେ। ଏଥିରେ ସଂକ୍ରମିତ ବ୍ୟକ୍ତିଙ୍କ ଠାରେ ଦେଖାଯାଇଥିବା ଲକ୍ଷଣକୁ ନେଇ ଫୋବିୟାର ଅବସ୍ଥା ନିର୍ଣ୍ଣୟ କରାଯାଇଛି। ଏସବୁ ମଧ୍ୟରୁ ଗୋଟିଏ ହେଉଛି “କମିଟମେଣ୍ଟ ଫୋବିୟା”। ଏଥିରେ ଆକ୍ରାନ୍ତ ବ୍ୟକ୍ତି ସବୁବେଳେ ଅନୁଭବ କରନ୍ତି ଯେ ସେ ଅନ୍ୟମାନଙ୍କୁ କୌଣସି ପ୍ରକାର ପ୍ରତିଶ୍ରୁତି ଦେଇପାରିବେ ନାହିଁ। ତେଣୁ ସମ୍ପର୍କରେ କୌଣସି ପ୍ରତିଶ୍ରୁତି ଦେବାକୁ ସେମାନେ ଭୟ କରନ୍ତି। ଏହି ଫୋବିୟା ପୁରୁଷମାନଙ୍କ ଠାରେ ବେଶି ଦେଖାଯାଏ। ୨୦ରୁ ୩୦ ପ୍ରତିଶତ ଲୋକ ଏଥିରେ ଆକ୍ରାନ୍ତ ହେଉଥିବା ବେଳେ ଏମାନେ କୌଣସି ପ୍ରକାର ନିର୍ଣ୍ଣୟ ନେବା କିମ୍ବା ଫଳାଫଳର ସାମ୍ନା କରିବାକୁ ଭୟ କରନ୍ତି। ଅନ୍ୟଟି ହେଲା “ମେଟ୍ରୋଫୋବିୟା”। ଯଦି କେହି ପ୍ରେମରେ ରୋମାଣ୍ଟିକ ଆଲୋଚନାକୁ ଭଲ ପାଆନ୍ତି ଏବଂ ପାର୍ଟନର ଏହାକୁ ନଜର ଅନ୍ଦାଜ କରନ୍ତି, ତେବେ ତାଙ୍କ ଉପରେ ଚାପ ପକାନ୍ତୁ ନାହିଁ କି ଅଭିମାନ କରନ୍ତୁ ନାହିଁ। କାରଣ ସେ ମେଟ୍ରୋ ଫୋବିୟାରେ ଆକ୍ରାନ୍ତ ହୋଇଥାଇପାରନ୍ତି। ଏଭଳି ବ୍ୟକ୍ତି କବିତା ତଥା ରୋମାଣ୍ଟିକ ଗପସପକୁ ଭୟ କରିବା ଦେଖାଯାଏ। ଅନ୍ୟତମ ରୋଗଟି ହେଲା "ଜୋକୋଲେଟୋ ଫୋବିୟା"। ପ୍ରେମିକ ଓ ପ୍ରେମିକା ପରସ୍ପରକୁ ହୃଦୟ ଆକୃତିର ଚକୋଲେଟ ବକ୍ସ ଉପହାର ଦେଇଥାନ୍ତି। ପ୍ରେମରେ ଏହା ସବୁଠାରୁ ସୁନ୍ଦର ଉପହାର। ତେବେ ଏହି ରୋମାଣ୍ଟିକ ଗିଫ୍ଟ "ଜୋକୋଲେଟୋ ଫୋବିୟା"ରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଭୟଭୀତ କରାଇପାରେ। ପ୍ରେମରୋଗର ଅନ୍ୟ ସୋପାନଟି ହେଲା “ଫିଲେମେଟୋ ଫୋବିୟା” । ପ୍ରେମରେ କିସିଂ ଟୁ ଇଚ୍ ଅଦର୍ ବ୍ୟବସ୍ଥା ଅତି ସାଧାରଣ। କିନ୍ତୁ ପାର୍ଟନର ଯଦି କିସ୍ ଦେବାକୁ ଭୟ କରୁଥାନ୍ତି ତେବେ ସେ "ଫିଲେମେଟୋ ଫୋବିୟା"ରେ ଆକ୍ରାନ୍ତ ବୋଲି କୁହାଯାଇଛି। ଏହି ବ୍ୟକ୍ତି ଭଲ ଭାବେ କିସ୍ କରିପାରନ୍ତି ନାହିଁ, ତେଣୁ ସମ୍ପର୍କ ବେଶି ଦିନ ତିଷ୍ଠି ରହିବା କଷ୍ଟକର ହୋଇଯାଏ। ଏସବୁ ଫୋବିୟା ଜଣେ ବ୍ୟକ୍ତିର ଅତୀତ ଏବଂ କୌଣସି ଅନୁଭବରୁ ସୃଷ୍ଟି ହୋଇପାରେ। ଏହାର ନିରାକରଣ ପାଇଁ ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେବା ଜରୁରି। 
"ରିଡ଼ର୍ସ ୱାଣ୍ଟେଡଏଣ୍ଟରଟେନମେଣ୍ଟ ପୋର୍ଟାଲରେ ପ୍ରକାଶିତ ଏହି ଖବରଟି ଭଲ ଲାଗିଲେ ପେଜ୍ ଲାଇକ୍ କରିବା ପରେ ନିଜ ସାଥୀଙ୍କ ସହ ସେୟାର କରନ୍ତୁ।
#www.readerwanted.fun
#twitter.com/@suvbharat_times
#linkedin.com/in/suvbharat-times
#facebook.com/suvbharattimes.web
#Like #Share #Subscribe

Comments